ଅଗ୍ନିମିତ୍ରର ଲୁହ!

ଅଗ୍ନିମିତ୍ର କିଏ? ଭୈରବ ର ଆଖିଥିବା ପୁରୁଷ, ଯାହାକୁ ଦେଖିଲେ ନାଲିପାଣିରେ ନିଶା ଝରେ ! ନିଜ ପରିବାରକୁ ଉଜୁଡ଼ି ବାକୁ ଛାଡି ଦେଇ, ନିଜ ସ୍ତ୍ରୀ ପିଲା କୁ ଛାଡ଼ି ଅଧାବାଟରେ ଛାଡି ଦେଇ ସେ ସମାଜରେ ପରିବର୍ତ୍ତନ ର ବାର୍ତ୍ତା ଆଣିବାକୁ ଚେଷ୍ଟା କରୁଛି , ଈଶ୍ବର ତାକୁ ହିମାଳୟ ରୁ ପାଦଦେଶକୁ କେତେ ଥର ନକଚାଡିଛନ୍ତି,ନ ଫୋପାଡିଛନ୍ତି କିନ୍ତୁ ତାହା ଈଶ୍ବରୀୟ ଭାବି , ଦୈବୀ ଭାବି , ପୁଣି ଏକ ପରୀକ୍ଷା ଭାବି ,ଶତତଃ ଚେଷ୍ଟା ସେ ଫୁଣି କରୁଛି ପରିବର୍ତ୍ତନ ର ବାର୍ତ୍ତାବହ ହେବାକୁ !

କଣ ମିଳିବ ତାକୁ , ସେ ନିଜେ ଜାଣେନା, କିନ୍ତୁ ଏ କ୍ରିୟାଶୀଳ ହେବାରେ ସେ ଅଫୁରନ୍ତ ଆନନ୍ଦ ପାଏ! ଏବେବି ଦାଉଦାଉ ଅଗ୍ନି ତାର ଲୋମ କୂପ କୂପରେ, ତଥାପି ସଂସାର ର ଲୁହ ପୋଛିବାକୁ , ପ୍ରଶମିତ କରିବାରେ ତାହାର ଅବହେଳା ନୁହେଁ,ବୋଧହୁଏ ସେ ଜାଣେ : ସେ ଗୋଟେ ନିଆଁହୁଳା , ତା ନିଜ ଲୁହ ବରଂ ନ ଦିଶୁ କାହାକୁ , କିନ୍ତୁ ପତିତ ମାନଙ୍କର ଲୁହ ତା ନିଆଁରେ ବୁଝିଯାଉ, ସତରେ ଭାରି ଐଶରିକ ଅଗ୍ନିମିତ୍ର ଲୁହ ମାନେ ନିଆଁ ଆଖି ଲୁହ!

ନିଆଁ ବା ଅଗ୍ନି କଣ? ନିଆଁ ଦୈବୀ ! ସୁପ୍ତ ଅବସ୍ଥାରେ ଥିବା ଘଟକୁ ମାତ୍ରୁଗର୍ଭରେ ଆଲୁଅ ଓ ଉତ୍ତାପ ଦେଇ ଯେ ଜୀବନ୍ୟାସ ଦିଏ, ସେ ପ୍ରାଣାଗ୍ନି ! ଯୋଗୀ ଶରୀରର ତେଜ ଆଉ ଓଜ ଏହି ପ୍ରାଣାଗ୍ନିର ରୂପ! ଶରୀରର ପଞ୍ଚଭୂତ ରେ ଏହି ଅଗ୍ନି ଅହର୍ନିଶି ଜଳୁଥାଏ, ଲିଭିଗଲେ ଶରୀର ମରିଯାଏ, ଥଣ୍ଡା ପଡିଯାଏ! ଇଏତ ଗଲା ସୂକ୍ଷ୍ମ କଥା , ସ୍ଥୂଳ ରେ ବି ଜଳେ ଅଗ୍ନି . . ?

ତା ଆଖିରେ ନିଆଁ ଅଛି ! ଦୈବୀ ପ୍ରତିଭା ସେ ! ନିଆଁ ର ଚମକ ସାଧାରଣ ଆଖିକୁ ଦେଖାଯାଏନା, ଜଣେ ପ୍ରକୃତ ଗୁରୁ, ଈଶ୍ବରନ୍ୱେଷୀ ବ୍ୟକ୍ତି ହିଁ କାଳାନ୍ତରେ ତାହା ଦେଖିପାରେ, ଆଖିରେ ବିକାରର ବି ଅଗ୍ନି ଦିଶେ, ଯଦି ଚରିତ୍ର ଷୋଳଅଣା ଶୁଦ୍ଧ ଶଇତାନୀ ହୋଇଥାଏ,ପଢିବା ଲୋକ ପଢିପାରନ୍ତି, ନ ପଢି ପାରୁଥିବା ଲୋକ ଏହି ଷଡରିପୁର ଅଗ୍ନିରେ ଜଳି ସର୍ବସ୍ବ ହରାନ୍ତି !

ଜଠରାଗ୍ନି ! ଆମେ ଯେଉଁ ଖାଦ୍ୟ ଖାଉ ତାହା କେଇ ଘଣ୍ଟା ଉପରାନ୍ତେ ଭିତର ଯଜ୍ଞ କୁଣ୍ଡରେ ଜଳି ପାଉଁଶ ହେଇଯାଏ, ଯଦି ନ ହୁଏ ଆମେ ତାକୁ ଅଗ୍ନିମାନ୍ଦ୍ୟ କହୁ, ଶରୀର ଭିତର ହୋମକୁଣ୍ଡରେ ଅହର୍ନିଶି ନିଆଁ ଜଳୁଛି , ଇତର ମଣିଷ ବୁଝିବା ଦରକାର, ହୋମକୁଣ୍ଡରେ ସେ ଘିଅ ଆହୁତି ଦେବ ନା ମଦ, ମାଂସ ଭଳି ଶଇତାନୀ ଦ୍ରବ୍ଯ, ଯାହା ପୌରାଣିକ ସମୟ ରେ ଅସୁରମାନେ କରୁଥିଲେ !

ଶେଷରେ କାମାଗ୍ନି ! ପୁରୁଷ ନାରୀର ମିଳନ ଏବଂ ସନ୍ତାନ ସୃଷ୍ଟି ହିଁ , ମନରେ ଏହି କାମ ଅଗ୍ନି ପ୍ରଜ୍ବଳିତ ହେବାରୁ ହିଁ ହୁଏ, ଯଦି ଏବେ ଉତ୍ତମ ସନ୍ତାନ ସୃଷ୍ଟି ହେଉନାହାନ୍ତି, ତାହା ପଛରେ ବଡ କାରଣ ଆମେ କ୍ରୁତ୍ରିମ ଶଇତାନୀ ପ୍ରକ୍ରିୟା ରେ ନିଜ ଭିତରେ କାମ ନିଆଁ ଜାଳୁଛେ, ଖାଦ୍ୟ ରେ ମାଂସାଶୀ ପଶୁ ସମ ଲାଳସା ଜାଳୁଛେ, ତାହାର ଫଳ ଆପଣଙ୍କ ଆଗରେ, ବେଶ୍ୟା ହେଉକୁ ଜିଗାଲୋ ଏହି ବିକାର ନିଆଁ କୁ ନିଜ ଭିତରେ ଲିଭେଇ ଦେବାର କ୍ଷମତା ରଖନ୍ତୁ, ସମାଜ ସେମାନଙ୍କୁ ଘ୍ରୁଣା ବା ଅଛୁଆଁ ଦ୍ରୁଷ୍ଟି ରେ ଦେଖୁଥାଇପାରେ, କିନ୍ତୁ ସେମାନେ ସମାଜରେ ସନ୍ତୁଳନ ଆଣନ୍ତି!

ପ୍ରୁଥିବୀରେ ଜୀବନ୍ୟାସ ଦିଏ ରା/ସୂର୍ଯ୍ୟ! ମାତ୍ରୁଗର୍ଭରେ ଭ୍ରୁଣକୁ ଆଲୋକ, ଉତ୍ତାପ ଦେଇ ପ୍ରାଣାଗ୍ନି ଯେମିତି ଆତ୍ମା ସ୍ଥାପିତ କରାଏ, ଠିକ୍ ସେହିପରି ପ୍ରୁଥିବୀକୁ ଆଲୋକ, ଉତ୍ତାପ ଦେଇ ସୂର୍ଯ୍ୟ ପଞ୍ଚଭୂତ ରେ ଜୀବନ୍ୟାସ ଦିଏ, ବିନା ସୂର୍ଯ୍ୟ ରେ କାଳର ଅତଳ ଗହ୍ବରରେ ମ୍ରୁତ୍ୟୁ ଦେଖିବ ବା ଥଣ୍ଡା ହୋଇଯିବ ପ୍ରୁଥିବୀ !

ଶେଷରେ ଈଶ୍ବର ଅଗ୍ନିକୁ ପ୍ରଶମିତ କରିବାକୁ ବରୁଣ ତିଆରିଛନ୍ତି ! ଜଳଚକ୍ର ପ୍ରକ୍ରିୟା ରେ ସୂର୍ଯ୍ୟ ଭିତର ନିଆଁ ଜଳକୁ ଅଦ୍ରୁଶ୍ୟ କରିନିଏ, ନିଜର ଉତ୍ତାପରେ, ଆଲୋକରେ, ପୁଣି ଶୂନ୍ୟ ରୁ ଜଳରୂପୀ ଜୀବନ ରୂପେ ପ୍ରୁଥିବୀକୁ ଛାଡେ, ଠିକ୍ ସେହିଭଳି ଯେକୌଣସି ଜାଗାରେ ନିଆଁ ଲାଗିଲେ, ତାହା ଅଣାୟତ୍ତ ହେଲେ ବରୁଣ / ଜଳ ତାହା ପ୍ରଶମିତ କରାନ୍ତି, ସତରେ ଈଶ୍ବରଙ୍କ କ୍ରୁପା ବିନା ନା ବିଜ୍ଞାନ, ନା ହେତୁବାଦ ନା ମଣିଷ ଈଶ୍ବରଙ୍କ ସ୍ରୁଷ୍ଟିକୁ ବୁଝିବା କାଠିକର ପାଠ!

34304787_244990889607853_7940669492579794944_n.jpg

(A COLLECTIVE WRITE UP – EDITED AND PUBLISHED BY: TRAVELSTORYOFAGIRL.COM
CONTENT BY: SUSHRUT)

One Comment Add yours

  1. Tushar Kanta Mohanty says:

    The articles are really worth reading.The observations made in those articles are seems to very close to a persons thuoght.So d articles are quite understable .The oriya words are used in d articles shows d maturity of writting ability of d writer.Thanks to d writer .Hope to hv.many more in future.

    Liked by 1 person

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google+ photo

You are commenting using your Google+ account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

w

Connecting to %s