ରାତିର ଆତ୍ମା ନିର୍ବାସନ ଡାଏରୀ ଓ ଈଶ୍ବର!

ସମୟ ରାତି ଏଗାର! ରାତିର ଗାର ପଡିସାରିଲାଣି ସହର ସାରା ! ନୀଡ ଫେରା ପକ୍ଷୀ ପରି ଘରମୁହାଁ ସମସ୍ତେ , ଦିନ ଯାକର କର୍ମମୟ ଜଞ୍ଜାଳରୁ ଏବେ ଯାହା ଫୁରସତ୍ ମିଳିଲା ! ବାଟ ସାରା ଫେରୁଥିବା ଲୋକ,ଗାଡିରେ କିଛି ବରାଦ ସଉଦା ଏବଂ ବିରତିର ଦିହଆତ୍ମା ଧରି ଏକାମୁହାଁ ବାସ ଆଡେ ! ଉଦଘାଟନ ରୁ ଉଦଯାପନ ର ଏ ଦୈନନ୍ଦିନୀ ପାଖାପାଖି ଶେଷପ୍ରାୟ!

ଉପର କ୍ରୁଷ୍ଣଚୁଡା ଫାଙ୍କରୁ ଜହ୍ନ ପୋଖରୀଜଳା କଇଁ କୁ ପ୍ରେମ ନିବେଦନ କରୁଛି ,ସୁଲୁସୁଲୁ ପବନରେ ଲାଜକୁଳୀ ତା ଇପ୍ସିତ ପୁରୁଷ ର ଟାଣ ପାପୁଲି ଛୁଆଁ ଖୋଜୁଛି , ଗାଡି ଲାଇଟରେ ଦୂରଦୂରାନ୍ତର ଯାଏଁ ଆଲୋକ ଖେଳୁଛି ! କିନ୍ତୁ ଏସବୁଥିରେ ନିଘା ନ ଥାଏ ଅର୍ଥର ଦିନତମାମ୍ ପିଛା କରୁଥିବା ଜଞ୍ଜାଳି ମାନଙ୍କର , ଗଲାକାଲିର ପାଣ୍ଡୁଲିପି କଣ ହେବ ସେମାନେ ମନେମନେ ବାଡେଇବାରେ ବ୍ୟସ୍ତ ଥାଆନ୍ତି, ଏମିତି ଭାବୁ ଭାବୁ ଘରେ କେତେବେଳେ ପହଞ୍ଚିଯାଏ ସେମାନେ ନିଜେ ଜାଣନ୍ତିନି !

କଲିଂବେଲ୍ ର ଟିପା, ଅପେକ୍ଷାରତ ସଂପର୍କ ଗ୍ରିଲ୍ ଖୋଲି ନ ପଶୁଣୁ ବିଶ୍ବାସ ର ଚାରିଗୋଡ ଲାଙ୍ଗୁଡ ହଲାଇ ସ୍ୱାଗତ ଜଣାଏ, ସତେ ଯେମିତି ଲଟେରୀ ରେ କୋଟିଏ ଟଙ୍କା ସେ ଜିତିଯାଇଛି! ଅବଶ ଶରୀର ପୁର୍ନଜୀବନ ପାଇଯାଏ ଯେମିତି , ତା ସାଙ୍ଗରେ ଟିକେ ଖେଳି,ତାପରେ ଗୋଡ ହାତ ଧୋଇ ଡାଇନିଂ ଟେବୁଲ୍ ରେ ପହଞ୍ଚୁ ପହଞ୍ଚୁ ରାତି ସାଢେ ଏଗାର, ହାଲକା ପୁଲକା ଦିଓଟି ଖାଇ ଦେଲା ପରେ, ମାଡି ମାଡି ପଡେ ଆଖି!

ଶେଯରୁ ଡକରା ଆସେ, ଆସ ଶୋଇବ ଆସ, ପାଦତଳେ କ୍ଷୀର ଟିକେ ମାରି ବେଡଲାଇଟରେ ହାତ ନ ବାଜୁଣୁ ଆଖି ପଡିଯାଏ, ସତେ ଯେମିତି ଆତ୍ମା ଦେହ ଛାଡି ପାର୍ ! ସତରେ ଯାଏଁ କୁଆଡେ ଏ ଆତ୍ମା ! ରାତିରେ କଣ ବା ତା କାମ, କୁହାଯାଏ :ଆତ୍ମା ଈଶ୍ବରଙ୍କୁ ହିସାବ ଦେବାକୁ ଯାଏ,ଦୈନନ୍ଦିନ ର ହିସାବ, ଉଦଘାଟନ, ଉଦଯାପନର ହିସାବ, କେବଳ ଏହି ନିଶ୍ୱାସ, ପ୍ରଶ୍ୱାସ ର ଛାଇ ଆଲୁଅ ଖେଳକୁ ଆତ୍ମା ସଜାଗ ଲୋକ ହିଁ ଦେଖିପାରନ୍ତି, ଅନୁଭବ ବି କରନ୍ତି !

ଏହା ଏକରକମ ଯୋଗନିଦ୍ରା ! ନିଦ୍ରା ରେ ଯୋଗ ହେଉ ଈଶ୍ବର ସହ! ଜନ୍ମ, ମ୍ରୁତ୍ୟୁ କୁ ନେଇ ଭୟ ବହୁତ ସଂସାର ଭିତରେ,ଏ ଭୟର ମାନେ କିଛି ନାହିଁ , ଏହାର କାରଣ ସେମାନେ ଜାଣିବା ଉଚିତ୍ ଯେ ସୂର୍ଯ୍ୟ,ଚନ୍ଦ୍ର ମଣିଷ ଶରୀରରେ, ଆଖି ଖୋଲିଲେ ମଣିଷ ଦେଖେ ସୂର୍ଯ୍ୟ ର ସକାଳ, ଆଖି ବନ୍ଦ କଲେ ଚନ୍ଦ୍ର ର ରାତି, ପଞ୍ଚଭୂତ ର ଏ ଦିହ ବିଶ୍ବ ର ସବୁଠୁ ବଡ ପ୍ରହେଳିକା ! ଯେ ନିଜକୁ ବୁଝିଯିବ!

ପରମଆତ୍ମା ବଡ ଦୟାଳୁ ! ତା ଶ୍ରେଷ୍ଠ ଜୀବକୁ ସେ ଭାରି ଭଲପାଏ, ସେ ବୁଝାଏ ଇତରକୁ ଯେ ତୁ ଅଜର, ତୁ ଅମର, ଅାତ୍ମା ହିଁ ପରମସ୍ୱରୂପ, ପରମଆତ୍ମାର ସନ୍ତାନ, ତୁ ଆଖି ଖୋଲ୍, ଖୋଲିଲେ ଜାଣିବୁ ତୋ ଜନ୍ମ, ବୁଜିଲେ ପାଇବୁ ମ୍ରୁତ୍ୟୁ ,ଏଥିରେ ଭାଙ୍ଗି ଯାଅନା,ଏହାରୁ ଉର୍ଦ୍ଧ୍ଵ କୁ ଉଠ୍, ନିଜେ ନିଜକୁ ବୁଝ! ଏ ସବୁ ମାୟା , ଯାହା ଭିତରେ ତୁ ଛନ୍ଦି ହେଉଛୁ,ଭ୍ରମରେ ଭ୍ରମିତ ହୋଇ ଜୀବନଟାକୁ ବେକାର କରେନା, ଜାଗ୍ରତ ହୁଅ, ସବୁ ଶୁଣି ଫେରେ ଆତ୍ମା , କେଉଁଠି କୁ, ଦେହକୁ, କିନ୍ତୁ ସକାଳ ପାଇଲେ. . . . . . ଯେଉଁଆକୁ ସେଇଆ, ମାନେ ଫୁଙ୍କୁନଳାରେ ଭର୍ତ୍ତି କୁକୁରର ଲାଙ୍ଗୁଳ!

34345420_244502392990036_443640658201149440_n.jpg

(A COLLECTIVE WRITE UP – EDITED AND PUBLISHED BY: TRAVELSTORYOFAGIRL.COM
CONTENT BY: SUSHRUT)

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google+ photo

You are commenting using your Google+ account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

w

Connecting to %s