୨୦୧୯: ଗ୍ରହକୂଟ ବନାମ ଭାରତର ନିର୍ବାଚନ

ଈଶ୍ବର ବିଶ୍ରାମ ନେଉଥାନ୍ତି ! ନାରଦ ଅଚାନକ ଆସି ପହଞ୍ଚି ପ୍ରଣାମ ଜଣାଇଲେ ! ଏକ ଅବୋଲକରା ନୟନରେ ଚାହିଁ ମନଯାନୀ ସ୍ମିତହାସ୍ୟ ଦେଲେ ମହାପ୍ରଭୁଙ୍କୁ ! ଈଶ୍ବର ବୁଝିପାରିଲେ ନାରଦଙ୍କ ମନ କଥା : ମା ଲକ୍ଷ୍ମୀଙ୍କ ବ୍ୟତୀତ ଅନ୍ୟ ମାନଙ୍କୁ ପ୍ରସ୍ଥାନ କରିବାକୁ କହିଲେ ! ଭଲତ, ବୋଲି ଓଲଟା ପ୍ରଶ୍ନ ପଚାରିଲେ ମନଯାନୀଙ୍କୁ ? ମର୍ତ୍ତ୍ୟ ର ହାଲଚାଲ ସବୁ ଭଲତ, ବୋଲି ଈଶ୍ବର ପ୍ରଶ୍ନ କଲେ?

ନାରଦ ହତଚକିତ ହୋଇ କହିଲେ : ପ୍ରଭୂ ମର୍ତ୍ତ୍ୟ ସାରା ଶହେ ଆଠ ଘେରା ମାରି ସାରିଲିଣି , ତଥାପି ବୁଝିପାରୁନି: ୨୦୧୯ରେ ଦେବଭୂମି ଭାରତ ବର୍ଷରେ ଶାସନ ଡୋର କାହା ହାତରେ ରହିବ? ଈଶ୍ବର ପୁନଃ ପ୍ରଶ୍ନ କଲେ : କଣ ସବୁ ଦେଖିଲ କୁହ : ଶୁଣି ସାରିଲା ପରେ ତୁମ ପ୍ରଶ୍ନ ର ମୁଁ ଉତ୍ତର ଦେବି ?

ନାରଦ କହିବା ଆରମ୍ଭ କଲେ : ଭାରତ ରାଜନୀତି ରେ ଏବେ ପରିବାରବାଦ ବନାମ ସଂଘ ପରିବାର ଲଢେଇ ଚାଲୁଛି ! ସ୍ୱାଧୀନତା ପରଠାରୁ ଗାନ୍ଧୀଜୀଙ୍କର ନାଁରେ ଗୋଟେ ଦଳ ଶାସନ କେନ୍ଦ୍ରକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରୁଥିବା ବେଳେ , ଏବେ ଏବେ ସଂଘ ପରିବାର ଶାସନକଳକୁ ନିଜ ନିୟନ୍ତ୍ରଣରେ ରଖିଛି !

ଆଗାମୀ ଭବିଷ୍ଯତ ପାଇଁ ଭାରତୀୟମାନଙ୍କ ର ଚିନ୍ତା ନାହିଁ , ସେମାନେ ନିଜ ସ୍ୱାର୍ଥ ରେ ଏତେ ବୁଡ଼ିକି ଅଛନ୍ତି , ଟଙ୍କା କେଇହଜାରରେ ମୁଣ୍ଡ ବିକି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ହାହାକାର କରନ୍ତି ! ଭାରତରେ ଈଶ୍ବର ବି ପ୍ରଧାନମନ୍ତ୍ରୀ ହେଲେ ଭାରତର ଭାଗ୍ୟ ବଦଳିବନି! ଏଠି ସଂସ୍କାର ଆଣିବା କାଠିକର ପାଠ, ଏଠିକାର ଲୋକ ସୁବିଧାବାଦୀ, ଦେଶ ପାଇଁ କମ୍ ଭାବନ୍ତି!

ଯେଉଁ ପୁଞ୍ଜିପତିମାନଙ୍କ ପାଖରେ ପଇସା ତାହା କଥାରେ ଏଠିକାର ଜନସାଧାରଣ ଉଠବସ୍ ହୁଅନ୍ତି , ଆରକ୍ଷଣ, ସଂରକ୍ଷଣ ନାଁରେ ଜାତି ଜାତି ଲଢନ୍ତି, ଭୟ ଓ ଅସୁରକ୍ଷିତ ହେଲେ ନିଜ ନିଜକୁ ମାରିବାକୁ ବି ପଛାନ୍ତିନି, ଦେଶର ଉନ୍ନତି ହେବା ଦରକାର, ଆମେ କିନ୍ତୁ ଟିକସ ଦେବୁନି କି ବିଶ୍ୱବ୍ୟାଙ୍କ ରୁ ଋଣ ବି ଆଣିବୁନି, ନିର୍ବାଚନ ଆସିଲେ ଟଙ୍କା କେଇ ହଜାରରେ ମୁଣ୍ଡ ବିକି ପରିବର୍ତ୍ତନ ପରିବର୍ତ୍ତନ ଚିଲେଇବୁ !ସେମାନେ ଏବେ ଗପୁଛନ୍ତି : ଏଥରର ଲଢେଇ ମୋଦୀ ବନାମ ଗାନ୍ଧୀ ?

ମୋଦୀ କିଏ? ନରେନ୍ଦ୍ର ମୋଦୀ ! ସେ ଭଳି ଏକ ବ୍ୟକ୍ତିତ୍ୱ, ଯିଏ ବର୍ତ୍ତମାନ ଦଳର ଉର୍ଦ୍ଧ୍ଵ ରେ ବୋଲି ପ୍ରଚାର ଚାଲିଛି ! ଏହି ଚାରିବର୍ଷ ଭିତରେ ଆକାଉଣ୍ଟ୍ ପିଛା ପନ୍ଦର ଲକ୍ଷ, ବିମୁଦ୍ରୀକରଣ, ଜିଏସଟି, ଗ୍ୟାସ୍ ସବସିଡି , ପେଟ୍ରୋଲ, ହରଡ ଡାଲି ଡର, ଇଣ୍ଟଲେରାନସ୍, ବୁଦ୍ଧିଜୀବୀ ଙ୍କ ହତ୍ଯା , ଲୋକଙ୍କ ଭିତରେ ଭୟ, ଅସୁରକ୍ଷିତ ଭାବନା ର ବ୍ରୁଦ୍ଧି, ଆରକ୍ଷଣ, ସଂରକ୍ଷଣ କୁ ନେଇ ହାଇଭୋଲଟେଜ୍ ଡ୍ରାମା, କାଶ୍ମିରୀ ର ଧାରା , ସର୍ଜିକାଲ୍ ଷ୍ଟ୍ରାଇକ୍,ମାର୍ଗଦର୍ଶକ ଗୋଷ୍ଠୀର ଚେଲାଙ୍କ ବିଭିଷଣୀ ଚାଲ୍,ଭାରତ ପାକିସ୍ତାନ ଯୁଦ୍ଧ ନାଁରେ ଗପ ଜୋରସୋରରେ ଚାଲିଛି ! ଏହାକୁ ପ୍ରତିହତ ନକରିପାରିଲେ ମୋଦୀ ହାରିବା ଥୟ!

ଗାନ୍ଧୀ କିଏ? ରାହୁଲ ଗାନ୍ଧୀ ! ଟୁଜି, କମନୱେଲଥ୍ ,କୋଲ୍ ସ୍କାମ, ନ୍ୟାସନାଲ୍ ହେରାଲଡ୍ କେସ୍, ରବର୍ଟ୍ ଭଦ୍ରା କେସ୍ ଭଳି ଚର୍ଚ୍ଚା ରେ ଥିବା ଅପନିନ୍ଦିତ ଘଟଣାବଳୀକୁ ପଛରେ ପକାଇ କଂଗ୍ରେସ୍ ଭଲ ଭାବରେ ୨୦୧୯ ଆଡକୁ ଅଗ୍ରସର ହେଉଛି ! କଂଗ୍ରେସର ଭଲ ଖାସିୟତ୍ : ସେ ସମୟକୁ ନେଇ ଭଲ ଗୋଟି ଖେଳେ ,ଦିନେ ଯେଉଁ କଂଗ୍ରେସ ବିରୁଦ୍ଧରେ ଜନତା ଦଳ ଓ ବାମ ଦଳ ଏକାଠି ଲଢୁଥିଲେ , ଆଜି ସେମାନେ ନିଜର ଅସ୍ତିତ୍ୱ ପାଇଁ କଂଗ୍ରେସ କଥାରେ ଉଠବସ୍ ହେଉଛନ୍ତି ! ସବୁଥିରେ ସଫଳ ମାଠିଆରେ ଗୋଟେ କଣା : ରାହୁଲଙ୍କ ଅନଭିଜ୍ଞତା! ତାଙ୍କ ନାଁରେ ବି ଗପ ଜୋରଦାର ଚାଲିଛି ! ଯାହା ନ ରୋକିପାରିଲେ କଂଗ୍ରେସ ବି ହାରିବା ଥୟ!

ଶେଷରେ ଗୋଟିଏ କଥା : ଯଦି ଆମେ ମୋଦୀ ଓ ରାହୁଲ ଙ୍କୁ ବ୍ୟକ୍ତିଗତ ଆକ୍ଷେପ କରୁଛେ , ପରୋକ୍ଷ ରେ ବା ପ୍ରତ୍ୟକ୍ଷ ରେ ସେମାନେ ଦାୟୀ କାରଣ ବ୍ୟକ୍ତିଗତ ଆକ୍ରମଣ ର ଉର୍ଦ୍ଧ୍ଵ କୁ ସେମାନେ ପ୍ରଥମେ ଉଠନ୍ତୁ, ଲୋକ ବି ଶିଖନ୍ତୁ, ଲୋକଙ୍କୁ ଶିଖାନ୍ତୁ :କୈାଣସି ଚିନ୍ତାଧାରା ଶ୍ରେଷ୍ଠ ନୁହେଁ, ତେଣୁ ବାମ, ଦକ୍ଷିଣ ଛାଡି , ସେକୁଲାର, କମ୍ୟୁନାଲ୍ ଗପ ଛାଡି କିପରି ପରସ୍ପର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ, ଶାନ୍ତି ପୂର୍ଣ୍ଣ ସହାବସ୍ଥାନ ରେ ଜନସାଧାରଣ ରହିବେ ପ୍ରଥମେ ସେମାନେ ଭାବନ୍ତୁ, କାରଣ ନିଜେ , ନିଜ ଦଳ କି ନିଜ ସ୍ୱାର୍ଥ ବଡ ହେଲେ ଦେଶ ବଡ ହେବନି, ବରଂ ଦେଶ ବଢିଲେ ଆମେ ବଢିବା . . . ?

ନାରଦ ସବୁ କହି ସାରି ଈଶ୍ବରଙ୍କୁ ଦେଖିଲାବେଳକୁ ଈଶ୍ବର ନିଦ୍ରା ଯାଇଥାନ୍ତି ! ବୋଧହୁଏ ଯୋଗନିଦ୍ରା ! ଫଳାଫଳ କୁ ନେଇ ଦ୍ବନ୍ଦ ବଢିଯାଇଛି ନାରଦଙ୍କ ମନରେ, ବିସ୍ମିତ ସ୍ଥିତିରେ ସେ ବୈକୁଣ୍ଠପୁର ଛାଡିଛନ୍ତି , ନାରଦଙ୍କ ପ୍ରସ୍ଥାନ ପରେ ମା ଲକ୍ଷ୍ମୀ ଦେଖୁଛନ୍ତି : ଏକ କୁଟିଳ ହସ ଯୋଗନିଦ୍ରାରୁ ଉକୁଟି ଉଠୁଛି ! ସତରେ କଣ ହେବ ୨୦୧୯. . . . . ?

34258516_245327842907491_3871397531074166784_n.jpg(A collective Write up – Edited and Published by: travelstoryofagirl.com
Content by: Sushrut)

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google+ photo

You are commenting using your Google+ account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

w

Connecting to %s